logo

*ଜଳୁଛି ସୁନ୍ଦରଗଡ଼ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଲା* :

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସମସ୍ତ ଉପଖଣ୍ଡର ଜନସାଧାରଣ ମଧ୍ୟାହ୍ନ ୪ ପର୍ଯ୍ୟନ୍ତ ଆକଳନ ହୋଇଥିବା ୪୬ ଡିଗ୍ରୀ ତାପମାତ୍ରାରେ ଡହଳ ବିକଳ ହୋଇ ତ୍ରାହି ତ୍ରାହି ଡାକୁଥିବା ବେଳେ ଏପଟେ ପାଣିପାଗ ବିଭାଗ ଆକଳନ କରୁଛି ସୁନ୍ଦରଗଡ଼ ଜିଲ୍ଲା ତାପମାତ୍ରା ୪୧ . ୬ ଡିଗ୍ରୀ । ତେବେ ଜନସାଧାରଣଙ୍କ କହିବା କଥା ଯେ ପାଣିପାଗ ବିଭାଗ ଘରେ ଶୋଇ ମିଛ ତାପମାତ୍ରାର ଆକଳନ କାହିଁକି କରୁଛି । ବର୍ଷର ଅଭାବରୁ ଦିନକୁ ଦିନ ତାପମାତ୍ରା ବଢିବା ସହ ଅସହ୍ୟ ଗୁଳୁଗୁଳି ଓ ଗରମ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ସବୁ ଜାଣିଶୁଣି ଚେଇଁ ଶୋଇଚି ଭଳି ଅନୁମାନ ହେଉଛି । ପ୍ରଶାସନ ଯଦି ଏବେ ବି ସଚେତନ ନ ହୁଏ ତେବେ ଅନାୟାସରେ ନୀରିହ ଲୋକଙ୍କ ପ୍ରାଣବାୟୁ ଉଡିଯିବ ଏଥିରେ ଦ୍ବିମତ ନାହିଁ । ଜନସାଧାରଣ ମଧ୍ୟ ସଂପୂର୍ଣ୍ଣ ସଚେତନ ହୋଇ ଅତ୍ୟନ୍ତ ଜରୁରୀ ନ ହେଲେ ଘରୁ ଗୋଡ଼ କାଢିବା ବେଳେ ୧୦୦ ଥର ଚିନ୍ତା କରି ଗୋଡ଼ କାଢିବା କଥା । ତେବେ ପ୍ରଶାସନର କ'ଣ ବା ଯାଉଛି । ସେ ତ ନିଜେ ସଚେତନ ହୋଇନି ଅନ୍ୟକୁ ସଚେତନ କରିବ କ'ଣ ? ତେଣୁ ଆପେ ବଞ୍ଚିଲେ ବାପର ନାଁ ଅର୍ଥରେ ନିଜେ ପ୍ରଥମେ ସଚେତନ ହେଲେ ନିଜ ପରିବାରକୁ ସଚେତ କରିବେ । ଏଭଳି ନିର୍ମମ ପ୍ର‌ହାର ଖରା ଦାଉରୁ ନିଜ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

21
1883 views